ମୋ ପାଗି...(Mo Pagi)

  • By Deepak Jena
  • | Published on 10/24/2020 10:09:23 AM
Poem - Mo Pagi... | Poet : Deepak Jena | Written on : 28-July-2020 | Language : Odiya, English

ମୋ ପାଗି...

(କବି - ଦୀପକ ଜେନା)

----------------------------------------------- 

ପତ୍ନୀ ନୁହେଁ, ତା'ଠୁ ବି ଅଧିକ,
ସାଥି ନୁହେଁ, ତା'ଠୁ ବି ଅଧିକ ।
ସୌନ୍ଦର୍ଯ୍ୟର ନାହିଁ ମାପକାଠି
ହେଲେ ତୁମେ,
ରମ୍ଭା ନୁହେଁ, ତା'ଠୁ ବି ଅଧିକ ।

ବୈଶାଖର ଝାଞ୍ଜି ଖରା,
ଖାଲ ଢିପ ରାସ୍ତା ସାରା ।
ତୃଷ୍ନାଭରା ବାଟୋଇ ମୋ ପାଇଁ
ତୁମେ ପରା !
ଇନ୍ଦୁ ନୁହେଁ, ତା'ଠୁ ବି ଅଧିକ ।

ହାତ ତୁମ ପାଏ ନାହିଁ ମୋଟେ,
କହିବାକୁ ଭଲପାଅ କେତେ ।
ରାଗ ରୁଷା ମାନ ଅଭିମାନ
ସବୁ ତୁମ,
ଶିଶୁ ନୁହେଁ, ତା'ଠୁ ବି ଅଧିକ ।

ଅସରନ୍ତି ନାମ ଓ ଉପମା,
ଖୋଜି କରେ ଉତ୍ସର୍ଗ ମୁଁ ସିନା |
ଶବ୍ଦ ସବୁ ପଡ଼ିଯାଏ ଫିକା
ପାଗି ତୁମେ,
ନାମ ନୁହେଁ, ତା'ଠୁ ବି ଅଧିକ ।

 

----------------------------------------------- 

[ENGLISH]

Not a wife, more than that
Not a friend, more than that
There is no measure of beauty
But you,
Not just Rambha, but more than that

Summar's jaws are dry,
Along the slope of the road
Thirsty path for me
You are!
Not just Indu, but more than that

You end expanding your hands,
to express how much you love me?
Anger, upset, fight and complain
All yours,
Not just a Baby, but more than that

 

Infinite of names and parables,
I dedicate finding all of them
Those words all fade
You Pagi,
Not just Names, but more than that

-----------------------------------------------

  • Poem